ରିପୋର୍ଟ କାର୍ଡ / କୋରାପୁଟ
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ପାର୍ଥସାରଥୀଙ୍କ ଚମ୍ପିଆ ଗ୍ରାମରେ ଥିବା ପୈତୃକ ଘର, ତାଙ୍କ ଦ୍ବାରା ନିର୍ମିତ ଘର, ତାଙ୍କ ଭାଇଙ୍କ ଘର, ତାଙ୍କ ସମ୍ପର୍କୀୟଙ୍କ ଘର ତାଙ୍କର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….