ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାତ୍ୟାଞ୍ଚଳ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ହେଲିକପ୍ଟରରେ ସେ ବାତ୍ୟାଞ୍ଚଳ ବୁଲିବାର ଥିଲା। ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତେ। ହେଲେ ପାଗ ଅନୁକୂଳ ନଥିବାରୁ ହେଲିକପ୍ଟରରେ ଗସ୍ତ ସମ୍ଭବ ନଥିଲା। ଏହି କାରଣୁ ତାଙ୍କର ବାତ୍ୟାଞ୍ଚଳ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ତେଣେ ଯଦି ଆସନ୍ତାକାଲି ପାଗ ଅନୁକୂଳ ରହେ, ତେବେ ବାତ୍ୟାଞ୍ଚଳ ଗସ୍ତ କରିବେ ବୋଲି ଜଣାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସଆସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ରହିଛି। ଏଥିରେ ବିଭିନ୍ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..