ରିପୋର୍ଟ କାର୍ଡ / ପୁରୀ
ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନ ବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି | ଆଜି ହେଉଛି ଘୋଷ ଯାତ୍ରାର ନବମୀ ତିଥି। ଆଡପ ମଣ୍ଡପରେ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନର ଦିନ। ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ଧୋଇ ହୋଇଯାଏ ବୋଲି ମଧ୍ୟ ମାନ୍ୟତା ରହିଛି। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜୀଉ। ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଆଜି ଭକ୍ତଙ୍କ ପାଇଁ ବଡ ଠାକୁର ବଳଭଦ୍ର, କାଳିଆ ସାଆନ୍ତେ ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବାର ଶେଷ ସୁଯୋଗ ଶ୍ରଦ୍ଧାଳୁ ପାଇବେ। ସନ୍ଧ୍ୟା ୬ଟା ପରେ ଆଡପ ମଣ୍ଡପ ପ୍ରବେଶ ବନ୍ଦ। ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦାରୁବ୍ରହ୍ମଙ୍କ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଦର୍ଶନ ବନ୍ଦ ହେବା ପରେ ପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ।






More Stories
ପୋଖରୀକୁ ଖସିଲା କାର୍, ୫ ମୃତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା…..
ବଢିଲା ମହଙ୍ଗା ଭତ୍ତା…..