ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହିଷ୍କୃତ ଏଆଇଡ଼ିଏମକେ ନେତ୍ରୀ ଭି.କେ ଶଶିକଳା ପୁଣି ରାଜନୀତିକୁ ଫେରିବା ନେଇ ସୂଚନା ମିଳିଛି | ଏହି କରୋନା ମହାମାରୀ ସମାପ୍ତ ହେବା ପରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଆଭାସ ମିଳିଛି । ଶଶିକଳା ଏବଂ ଦଳର ଜଣେ କ୍ୟାଡରଙ୍କ ମଧ୍ୟରେ ହୋଇଥିବା ଫୋନ୍ ରେ କଥା ହେଉଥିବା ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ରାଜନୀତିକୁ ଫେରିବା ନେଇ ଯୋଜନାକୁ ନିଶ୍ଚିତ କରୁଥିବା ଶୁଣିବାକୁ ମିଳୁଛି । ତେବେ ଏହି ଅଡିଓ କ୍ଲିପ୍ରେ ଶୁଣିବାକୁ ମିଳିଛି ଯେ “ଚିନ୍ତା କର ନାହିଁ, ନିଶ୍ଚିତ ଭାବରେ ପାର୍ଟିର ଜିନିଷଗୁଡିକ ସଜାଡ଼ିବା, ସମସ୍ତେ ସାହସୀ ହୁଅ। କରୋନା ମହାମାରୀ ଶେଷ ହେଲେ ମୁଁ ଆସିବି।”






More Stories
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..
ବିଧାନସଭାରେ ଉଠିଲା ପାଣ୍ଡିଆନ ପ୍ରସଙ୍ଗ…..
ପଦ ଛାଡିଲେ ଦେବାଶିଷ ସାମନ୍ତରାୟ…..