ରିପୋର୍ଟ କାର୍ଡ / ଭୁବନେଶ୍ଵର
କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ସଂକ୍ରମଣ ହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ସଟଡାଉନ୍ ସହିତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଛି । ରାଜ୍ୟରେ କରୋନା ରେକର୍ଡ ଭାଙ୍ଗିଛି | ଦିନକର ୧୦ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତ ଶନିବାର ଓ ରବିବାର ମଧ୍ୟ ସପ୍ତାହାନ୍ତ ସଟଉନ୍ ରହିଥିଲା । ଶୁକ୍ରବାର ରାତି ୯ଟାରୁ ସହରାଞ୍ଚଳ ଗୁଡ଼ିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି | ଆଜି ହେଉଛି ସଟଡାଉନର ଦ୍ଵିତୀୟ ସପ୍ତାହ । ସଟଡାଉନ୍ କଟକଣା ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ। ଏହି ସମୟରେ କେବଳ ଜଗିଙ୍ଗ ଓ ସାଇକେଲିଂ ପାଇଁ ସକାଳ ୫ଟାରୁ ୬ଟା ଏକ ଘଣ୍ଟା ପାଇଁ କଟକଣା କୋହଳ କରାଯାଉଛି । ତେବେ ଏହି ସଟଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଚାଲିଛି। ଅମାନିଆଙ୍କୁ ଜଗିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ଏହି ସମୟରେ ଘରୁ ଲୋକଙ୍କୁ ନବାହାରିବାକୁ ନିବେଦନ କରିଛି ପୋଲିସ। ବାହାର ରାଜ୍ୟକୁ ଲାଗିଥିବା ଜିଲ୍ଲା ଗୁଡିକର ସୀମାରେ ପୋଲିସ ପକ୍ଷରୁ କଡ଼ାକଡ଼ି ପହରା ଦିଆଯାଉଛି। ଖାସ କରି ଅମାନିଆଙ୍କ ଉପରେ ଏହି ସମୟରେ କଡ଼ା ନଜର ରଖିଛି ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଅନେକ ଟ୍ରାଫିକ ଛକରେ ଚେକ ପୋଷ୍ଟରେ କଡ଼ା ଚେକିଂ ଚଳାଉଛି କମିଶନରେଟ ପୋଲିସ |
More Stories
ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର…..
ବିଧାନସଭାରେ କାଗଜ ନୁହେଁ ଲାଗିଲା ଟ୍ୟାବ…..
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…..