Report Card Odisha

| Daily Odia News

କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡିଲେ ପ୍ରଶାସନିକ ଅଧିକାରୀ,ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ଦିଲ୍ଲୀ ବଦଳି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଟଣାଓଟରା ସ୍ଥିତି । ଏହି କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡୁଛନ୍ତି ପ୍ରଶାସନିକ ଅଧିକାରୀ । କେନ୍ଦ୍ର ସରକାର ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି କରିଛନ୍ତି । କାର୍ମିକ ମନ୍ତ୍ରଣାଳୟ, ଲୋକ ଅଭିଯୋଗ ଓ ପେନସନ ବିଭାଗ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମେ ୩୧ରେ ନୂଆଦିଲ୍ଲୀ ଅଫିସ୍‌ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଅଲପନ ବନ୍ଦୋପାଧ୍ୟାୟଙ୍କୁ ଏବେ ନୂଆଦିଲ୍ଲୀରେ ନୂତନ ଦାୟିତ୍ଵ ଦିଆଯିବ । ତାଙ୍କୁ ମେ ୩୧ ସକାଳ ୧୦ଟା ପୂର୍ବରୁ କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ବନ୍ଦୋପାଧ୍ୟାୟଙ୍କୁ ଶୀଘ୍ର ଦାୟିତ୍ଵରୁ ମୁକ୍ତ କରିବାକୁ ଅନୁରୋଧ କରିଛି । ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ଠିକ୍ ସେହି ସମୟରେ ଡକାଯାଇଛି | ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ବୈଠକ ଡକାଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ତାଙ୍କ ସହ ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ଥିଲେ । ସେପଟେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ଅଧ ଘଣ୍ଟା ବିଳମ୍ବରେ ବୈଠକରେ ଯୋଗ ଦେଇଥିଲେ।

Breaking News