ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଚଡିଏଫସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି । ଏହି ଜରିମାନା ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି। ଏହା କହିଛି ଯେ ଏଚଡିଏଫସି ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ, ୧୯୪୯ର ଧାରା ୬(୨) ଏବଂ ଧାରା ୮ର ଉଲ୍ଲଂଘନ କରିଛି। ବ୍ୟାଙ୍କର ଯାନବାହନ ଋଣ ପୋର୍ଟଫୋଲିଓକୁ ନେଇ ଅଭିଯୋଗ ଆସିବା ପରେ ତାହାର ଯାଞ୍ଚ କରାଯାଇଥିଲା । ସେଥିରେ ଏଚଡିଏଫସି ବ୍ୟାଙ୍କ ତାହାର ଗ୍ରାହକଙ୍କୁ ଥାର୍ଡ ପାର୍ଟି ଅଣ ଫାଇନାନ୍ସିଆଲ ଉତ୍ପାଦର ମାର୍କେଟିଂ ଓ ବିକ୍ରି କ୍ଷେତ୍ରରେ ବିଆର୍ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହାକୁ ଆଧାର କରି କାହିଁକି ଏହା ଜରିମାନା କରାନଯିବ ତାହାର କାରଣ ଦର୍ଶାଅ ନୋଟିସ ଏଚଡିଏଫସି ବ୍ୟାଙ୍କ ନିକଟକୁ ପଠାଯାଇଥିଲା । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଜବାବକୁ ଅନୁଧ୍ୟାନ କରାଯିବା ପରେ ଆରବିଆଇ ଉକ୍ତ ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା କରିଛି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..