ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଚାଲିଛି ଘମାଘୋଟ ଲଢ଼ଇ | ଆଜି ପଶ୍ଚିମବଙ୍ଗରେ ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ୫ଜିଲ୍ଲାରେ ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି। ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍ଚି ବିଧାନସଭା ଅନ୍ତର୍ଗତ ଜୋରପଟ୍ଟିର ଭୋଟ ଗ୍ରହଣ କେନ୍ଦ୍ରରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ, କୁଚବିହାରର ସୀତାଲକୁଚି ଠାରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା | ଏହି ହିଂସାକୁ ରୋକିବାକୁ ଯାଇ ପୋଲିସ ଗୁଳିରେ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏନେଇ ଟିଏମସି ଦାବି କରିଛି କି ଏହି ଗୁଳିଚାଳନା ଫଳରେ ମୃତ୍ୟୁ ହୋଇଥିବା ୪ ଜଣ ଯାକ ଟିଏମସି କର୍ମୀ । ଏହି ଘଟଣା ଜଣାପଡିବା ପରେ ନିର୍ବାଚନ ଆୟୋଗ କୁଚବିହାର ଡିଆଇଙ୍କୁ ୧ ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି…..
ବିମାନ ଦୁର୍ଘଟଣାରେ ଲୁହା ଜଳିଗଲା, ହେଲେ ସୁରକ୍ଷିତ ଭଗବତ ଗୀତା….
ଇରାନ ସେନା ମୁଖ୍ୟ,କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ…..