Report Card Odisha

| Daily Odia News

ତେଲର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ତେଲ ଦରକୁ ନେଇ ସବୁଠି ବଢିଲାଣି ଅସନ୍ତୋଷ । ରାଜ୍ୟ ରାଜନୀତିରେ ବି ତେଲ ତାତି ଦେଖିବାକୁ ମିଳିଛି । ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଭବନରୁ ନେତ୍ରୀମାନେ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହିଳା ନେତ୍ରୀମାନେ ରାଜରାସ୍ତା ଉପରେ ଚା ତିଆରି କରିଥିବା ଦେଖିବାକୁ ମିଳିଥିଲା । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ମହିଳା କଂଗ୍ରେସ । ଏହି ପ୍ରତିବାଦରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ । ପ୍ରତିଦିନ ତେଲ ଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଦାଇ କରିଛି ମହାଳା କଂଗ୍ରେସ ।

Breaking News