Report Card Odisha

| Daily Odia News

ନବୀନଙ୍କୁ Y+ ସୁରକ୍ଷା:ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ Z+ ଶ୍ରଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ Y+ ସୁରକ୍ଷା ମିଳୁଛି। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କୌଣସ ଅଧିକାରୀଙ୍କୁ Z+ କିମ୍ବା Y+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ସୋମବାର ବିଧାନସଭାରେ ପ୍ରଶ୍ନ କରିଥିଲେ କି ରାଜ୍ୟରେ କେଉଁମାନଙ୍କୁ Z+ ଏବଂ Y+ ସୁରକ୍ଷା ମିଳୁଛି। ଏପରିକି ଗତ ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁସନ୍ଧାନର ସ୍ଥିତି ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଘଟଣାର ତଦନ୍ତ କରୁଥିବା ଅନୁସନ୍ଧାନକାରୀ ସଂସ୍ଥା ଉପରେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟ ସରକାର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ Z+ ରୁ Y+ ଶ୍ରେଣୀକୁ ହ୍ରାସ କରିଛନ୍ତି। ରାଜ୍ୟରେ ଏକମାତ୍ର ବ୍ୟକ୍ତି ଵାହବେ ସେ ଏହି ସୁରକ୍ଷା ପାଉଛନ୍ତି। ଏପରିକି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ Z+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା କହିଥିଲେ।

Breaking News