ରିପୋର୍ଟ କାର୍ଡ / ଭୁବନେଶ୍ବର
ପାଞ୍ଚ ମାସ ଗର୍ଭବତୀ ଥିବା ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଉପକଣ୍ଠ ପାହାଳରେ। ସୁଚିସ୍ମିତା ସାହୁ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ବାମୀ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ସୁଚିସ୍ମିତାଙ୍କ ପରିବାର ଲୋକେ । ସୁଚିସ୍ମିତାଙ୍କ ପରିବାରଲୋକଙ୍କ ଅଭିଯୋଗ ଅନୁସାରେ, ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ସୁଚିସ୍ମିତା ତାଙ୍କ ମା’ଙ୍କୁ ଫୋନ୍ କରି ଏସବୁ ସମ୍ପର୍କରେ ଜଣାଇଥିଲେ । ହେଲେ ଅଧ ଘଣ୍ଟା ପରେ ସୁଚିସ୍ମିତାଙ୍କ ମୃତ୍ୟୁ ହୋଇଥିବା ନେଇ ଶ୍ବଶୁରଘର ଲୋକେ ସୁଚିସ୍ମିତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ତେବେ ସୁଚିସ୍ମିତାଙ୍କୁ ତାଙ୍କ ସ୍ବାମୀ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ସୁଚିସ୍ମିତାଙ୍କ ମା’ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୯ ମସିହା ଡିସେମ୍ବର ମାସରେ ନୟାଗଡର ସୁଚିସ୍ମିତା ସାହୁଙ୍କର ସୁବିର ମୁଦୁଲିଙ୍କ ସହ ବିବାହ ହୋଇଥିଲା । ସୁଚିସ୍ମିତା ଓ ତାଙ୍କ ସ୍ୱାମୀ ସୁବିର ଉଭୟ IOCL କମ୍ପାନୀରେ କାମ କରନ୍ତି । ପାହାଳରେ ସ୍ବାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..