ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ଦିନକ ପରେ ମହାଶିବରାତ୍ରି | ରାଜ୍ୟରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ରାଜ୍ୟର ଶୈବପୀଠ ପରିସରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମେଳା ବସିବା ଉପରେ କଟକଣା ଜାରି ହୋଇଛି । ଜାଗରଯାତ୍ରା ବେଳେ କୌଣସି ସ୍ଥାନରେ ମେଳା ଲାଗିବ ନାହିଁ । କରୋନା କାଳରେ ଗୋଟିଏ ସ୍ଥାନରେ ଭିଡ଼ ଜମାଇଲେ ସଂକ୍ରମଣ ବଢ଼ିବାର ଆଶଙ୍କା କରି ମେଳାକୁ ମନା କରାଯାଇଛି। ଭିଡ଼କୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଜାରି କରିଥିବା ନେଇ ସୂଚନା ମିଳିଛି ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୧୫ ରୁ ପୁଣି ବସ ବନ୍ଦ !…..