Report Card Odisha

| Daily Odia News

ହିନ୍ଦୁ ଦେବତାଙ୍କ ନାମରେ ନାମିତ ବିଶ୍ୱର ଏକମାତ୍ର ବିମାନବନ୍ଦର ଯାହା ଭାରତରେ ନାହିଁ

ରତରେ କୌଣସି  ବିମାନବନ୍ଦର ନାହିଁ ଯାହା ଭଗବାନଙ୍କ ନାମରେ ନାମିତ ହୋଇଛି। ଏବେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ନାମ ଭଗବାନ ରାମଙ୍କ ନାମରେ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ଭାରତ ବାହାରେ ରହିଛି ଏମିତି ଏକ ଏୟାରପୋର୍ଟ, ଯାହା ଖାଲି ହିନ୍ଦୁଧର୍ମର ଦେବତାଙ୍କ ନାମରେ ନାମିତ କରାଯାଇନି, ବରଂ  ଏଠି ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବି ରହିଛି।   

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବଜେଟ ଉପସ୍ଥାପନ ବେଳେ ଅଯୋଧ୍ୟାରେ ହେବାକୁ ଥିବା ଏୟାର ପୋର୍ଟକୁ ଭଗବାନ ରାମଙ୍କ ନାମରେ ନାମିତ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଏମିତି ହୁଏ ତେବେ ଏହା ଭାଗବାନଙ୍କ ନାମରେ ନାମିତ ଭାରତର ପ୍ରଥମ ବିମାନ ବନ୍ଦର ହେବ । ତେବେ ଭାରତରେ ନ ହେଲେ ନାହିଁ, ଦୁନିଆରେ ଏପରି ଏକ ବିମାନବନ୍ଦର ରହିଛି ଯାହା ହିନ୍ଦୁ ଦେବତାଙ୍କ ନାମରେ ନାମିତ ହୋଇଛି ଏବଂ ଏଠାରେ ତାଙ୍କର ଅନେକ ପ୍ରତିମୂର୍ତ୍ତି  ରହିଛି।

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ରହିଛି ଏହି ଇଣ୍ଟରନାଶନାଲ ଏୟାର ପୋର୍ଟ । ଏହାର ନାମ ରଖାଯାଇଛି ସ୍ୱର୍ଣ୍ଣଭୂମି ଏୟାରପୋର୍ଟ। ଦକ୍ଷିଣ ଏସିଆର ଏହା ସବୁଠାରୁ ବଡ ବିମାନ ବନ୍ଦର। ବ୍ୟାଙ୍କକ୍‌ର ଏହି‌ ଏୟାରପୋର୍ଟରେ ଥିବା ଅମୃତମନ୍ଥନର ଦୃ

ବିମାନବନ୍ଦରରେ ଗରୁଡଙ୍କ ପ୍ରତିମୂର୍ତ୍ତି

ଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏଥିରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଅମୃତ ପାଇବା ପାଇଁ ହୋଇଥିବା ଯୁଦ୍ଧର ଦୃଶ୍ୟ ରହିଛି।ଏଥିରେ ରସିର କାମ ବାସୁକୀ କରିଛି। ସବୁ ପ୍ରତିମୂର୍ତ୍ତି ଥାଇଲାଣ୍ଡ ଶୈଳୀରେ ତିଆରି କରାଯାଇଛି। ଏଠାରେ ନାଗ ଉପରେ ଭଗବାନ ବିଷ୍ଣୁ ବିରାଜମାନ କରିଛନ୍ତି।

ବାସୁକୀ ନାଗ ଉପରେ ବିରାଜମାନ ଭଗବାନ ବିଷ୍ଣୁ

ବୌଦ୍ଧ ଧର୍ମର ଦେଶ ଥାଇଲାଣ୍ଡ। ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ। କିନ୍ତୁ ପୂର୍ବରୁ ଏଠାରେ ହିନ୍ଦୁଧର୍ମ ପ୍ରଚଳିତ ଥିଲା। ଏବେ ବି ଏହି ଦେଶରେ ଅଧିକାଂଶ ପର୍ବ ହିନ୍ଦୁ ରୀତି ରିବାଜ ଅନୁସାରେ ହୋଇଥାଏ। ଥାଇଲାଣ୍ଡର ରାଜା ଭୂମିବୋଲ ଏହି ଏୟାରପୋର୍ଟର ନାମ ସ୍ୱର୍ଣ୍ଣଭୂମି ରଖିଥିଲେ ଏବଂ ଏହାକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରିଥିଲେ। ସେଥିପାଇଁ ବିମାନବନ୍ଦରରେ ଭଗବାନ ବିଷ୍ଣୁଙ୍କ ଆଭାସ ଦେଖିବାକୁ ମିଳିଥାଏ।

 

ଏୟାର ପୋର୍ଟରେ ବିଷ୍ଣୁଙ୍କ ବାହନ ଗରୁଡଙ୍କର ମଧ୍ୟ ଏକ ବିରାଟ ପ୍ରତିମୂର୍ତ୍ତି ଲାଗିଛି। ହିନ୍ଦୁ ଧର୍ମ ସହ ବୌଦ୍ଧଧର୍ମର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ ଏଠି। ଦିନ ଥିଲା, ମାଲେସିଆ, ଇଣ୍ଡୋନେସିଆ, ମାଲଦୀପ, କମ୍ବୋଡ଼ିଆରେ ହିନ୍ଦୁ ଧର୍ମ ଓ ସଂସ୍କୃତି ପ୍ରଚଳିତ ଥିଲା। ହେଲେ ପରେ ଏହାର ସ୍ଥାନ ବୌଦ୍ଧ ଏବଂ ପରେ ମୁସ୍‌ଲିମ୍‌ ଧର୍ମ ନେଇଥିଲା। ଏହା ସତ୍ତ୍ୱେ ଏହିସବୁ ଦେଶରେ ହିନ୍ଦୁ ମନ୍ଦିର ଏବଂ ସଂସ୍କୃତି ଏବେ ବି ରହିଛି ଯାହା ପୂର୍ବ ସ୍ମୃତିକୁ ମନେ ପକେଇ ଦେଉଛି।

Breaking News