ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ |ଶନିବାର ସେ ଏମ୍ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଶ୍ରୀ ମାଣ୍ଡଭ୍ୟ ଆଜି ସନ୍ଧ୍ୟା ୭.୫୫ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶନିବାର ଏମ୍ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଏମ୍ସ ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏନ୍ଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟର୍ରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍ ସମେତ ୩୬ଟି ଶଯ୍ୟା ରହିଛି । ୨୦୧୮ ଅଗଷ୍ଟ ୨୫ରେ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ସେଣ୍ଟର୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା।
More Stories
ଘୋଷଯାତ୍ରା ବେଳକୁ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ…..
ଏଣିକି ଯୁକ୍ତ ଦୁଇ ପରେ ପଢି ପାରିବେ ବିଏଡ୍…..
୧୦ ଫୁଟ ତଳକୁ ଖସିଲା ବସ୍,ଜଣେ ମୃତ,୬ ଗୁରୁତର……