ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି | ମଙ୍ଗଳବାର ସକାଳେ କାର-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ହୋଇଥିଲା | ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ରହିଛନ୍ତି ଶିଶୁ,୨ ମହିଳା । ସୂଚନା ଯୋଗ୍ୟ, ଏହି ଦୁର୍ଘଟଣା ହରିଦ୍ୱାର ଠାରୁ ଗାଜିୟାବାଦ ରାସ୍ତାରେ ଘଟିଛି। କାରରେ ଗୋଟିଏ ପରିବାର ଲୋକେ ଯାତ୍ରା କରୁଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ମକନପୁର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଉକ୍ତ ପରିବାର ପିଲାମାନଙ୍କୁ ମୁଣ୍ଡନ ( କେଶ ପକାଇବା) କରି କାରରେ ଫେରୁଥିବା ସମୟରେ ବିଳମ୍ବିତ ରାତି ୧ଟାରେ ମସୁରୀ ଥାନା ଅନ୍ତର୍ଗତ ଦିଲ୍ଲୀ ମେରଠ ଏକ୍ସପ୍ରେସୱେରେ ଭୁଲ ଦିଗରେ ଯାଉଥିବା ଟ୍ରକ ସହ କାରର ଧକ୍କା ହୋଇଥିଲା । କାରରେ ଗୋଟିଏ ପରିବାରର ୭ ଜଣ ଯାତ୍ରା କରୁଥିଲେ। ସଭିଏଁ ଗାଜିୟାବାଦର ମକରପୁରର ଗାଁର ବାସିନ୍ଦା ବୋଲି ଜଣାପଡିଛି ।
Discussion about this post