ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ନିର୍ବାଚନ ସମୟରେ ଦେଇଥିଲେ। ତେବେ ରାଜ୍ୟରେ ବିକାଶର ଧାରା ଦେଖିବାକୁ ମିଳୁ ନାହିଁ। ସମାଜବାଦୀ ପାର୍ଟି ପକ୍ଷରୁ ବିଜେପିକୁ ଏଭଳି ସମାଲୋଚନା କରାଯଇଛି । ଏପରିସ୍ଥଳେ ଲାଗୁଛି ଡବଲ ଇଞ୍ଜିନ୍ର ୨ ଡ୍ରାଇଭର ପଳାୟନ କରିଛନ୍ତି। ଅଖିଳେଶ ଯାଦବଙ୍କ ଏହି କଟାକ୍ଷ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋରଧରିଛି । ମୈନପୁରିରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅଖିଳେଶ ଏଭଳି କହିଛନ୍ତି। ଭାଜପା ସରକାର ବେରୋଜଗାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅମଙ୍ଗ ହେଉଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ଜାରି କରାଯାଇଥିବା ସଳଳ୍ପ ପତ୍ର ଏବେ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଥିବା ସେ କହିଛନ୍ତି।
Discussion about this post