ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ୮୩୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୪୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୫୮ ଲୋକାଲ କଣ୍ଟାକ୍ସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା । ଗତକାଲି ୧୧, ୦୯୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୮୨,୧୩୧ ଛୁଇଁଛି। ୬୯୨୦୨୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଦେଶରେ ଆକ୍ଟିଭ କେସ ଅଛି ୮୭,୨୨୦ । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଆଜି ବି ଖୋର୍ଦ୍ଧା ତାଲିକାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୬୮, ବାଲେଶ୍ୱରରୁ ୨୪୦, ବରଗଡରୁ ୧୮୯, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୧୧୬, ବୌଦ୍ଧରୁ ୧୬୬, କଟକରୁ ୭୬୬, ଦେବଗଡରୁ ୮୧, ଢେଙ୍କାନାଳରୁ ୪୫୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯, ଯାଜପୁରୁରୁ ୫୧୪, ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୨୧୦, କେନ୍ଦୁଝରରୁ ୧୮୬ ଏକ କୋରାପୁଟରୁ ୧୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।ମାଲକାନଗିରିରୁ ୧୨୮, ମୟୂରଭଞ୍ଜରୁ ୪୮୫, ନବରଙ୍ଗପୁରରୁ ୨୦୦, ନୟାଗଡରୁ ୨୨୩, ନୂଆପଡାରୁ ୩୪, ପୁରୀରୁ ୪୭୫, ରାୟଗଡାରୁ ୨୯୨, ସମ୍ବଲପୁରରୁ ୧୯୧, ସୋନପୁରରୁ ୧୪୩, ସୁନ୍ଦରଗଡରୁ ୪୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୁଲ୍ରୁ ଚିହ୍ନଟ ହୋଇଛନ୍ତି ୧୮୫।
More Stories
ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ, ଇତିହାସରେ କଳଙ୍କିତ ଅଧ୍ୟାୟ……
ମହାନଦୀରୁ ମିଳୁନି କଉଡିଆଙ୍କ ପତ୍ତା……
ଦିଲ୍ଲୀରେ ୩ ଛାତ୍ରଙ୍କ ମୃତ୍ୟୁ ନେଇ ତମ୍ବିତୋଫାନ: ତଦନ୍ତ ଜାରି, ମାଲିକ ଗିରଫ……