ରିପୋର୍ଟ କାର୍ଡ / ଭୁବନେଶ୍ୱର
କମିଶନରେଟ୍ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଦୀର୍ଘ ୧୩ବର୍ଷ ତଳର ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ରାଜଧାନୀର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ମହାନ୍ତି ହତ୍ୟା ମାମଲାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଛି । ଆଉ ଏବେ ଆଉ ଜଣେ ଅଭିଯୁକ୍ତକୁ ଧରିବାର ସଫଳ ହୋଇଛି କମିଶନରେଟ୍ ପୋଲିସ ସ୍ପୋଶାଲ ସ୍କ୍ୱାର୍ଡ । ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣି ଖୋଲିଲା ଫାଇଲ୍ । ସୂଚନା ଅନୁଯାୟୀ, ୧୩ବର୍ଷ ତଳେ ସଙ୍ଗୀତ ନିର୍ଦ୍ଦେଶ ସୁମନ୍ତ ମହାନ୍ତିଙ୍କ ଗାଡି ଏକ ନଦୀପଠାରୁ ମିଳିଥିଲା । ଏବଂ ସେଥିରେ ସୁମନ୍ତଙ୍କ ମୃତଦେହ ମିଳିଥିଲା । ଯାହାପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଥିଲା । ତେବେ ତଦନ୍ତର କିଛି ଦିନ ପରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ଆଉ ଜଣଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା । ତେବେ ହତ୍ୟା ଘଟଣାର ୧୩ବର୍ଷ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଯାହାକି ପୋଲିସ ପାଇଁ ଏକ ବଡ଼ ସଫଳତା ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..