ରିପୋର୍ଟ କାର୍ଡ / କଟକ
ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି | କରୋନା ଚଳିତବର୍ଷ ଦୋଳ ଆଉ ହୋଲି ପର୍ବକୁ ଫିକା କରିପାରେ | ଦେଶ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏସଓପି ଜାରି କରଯାଇଛି । କଟକରେ ଦୋଳ ମେଲଣ ପଡିଆରେ ୨ ଶହ ଲୋକଙ୍କୁ ଅନୁମତି ମିଳିଛି । ଦୋଳ ନିକଟରେ ୧୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିନାହଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ୟକ୍ରମ ହେବ । ହୋଲିରେ ମଧ୍ୟ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ଜାରି କରିଥିବା ଗାଇଡ୍ ଲାଇନ୍ ଅନୁସାରେ ଦୋଳ ଯାତ୍ରା ଓ ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି । ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚାଇ ଦିଆଯାଇଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ