Report Card Odisha

| Daily Odia News

ଆଇନ୍‌ ଶୃଙ୍ଖଳା ସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା…..

ରିପୋର୍ଟ କାର୍ଡ / ପିପିଲି

ପିପିଲି ଉପନିର୍ବାଚନରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନେଇ ଆଜି ପୋଲିସ ଡିଜି ସମୀକ୍ଷା କରୁଛନ୍ତି । ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍‌ପି, ଅତିରିକ୍ତ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଛନ୍ତି । ସୂଚନା ଅନୁସରେ- ଆଉ ଦିନ କେଇଟା ପରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥି ପାଇଁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି | ଏହି ନିର୍ବାଚନୀ ପ୍ରଚାରରେ ବରିଷ୍ଠ ନେତା ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ତେବେ ନିର୍ବାଚନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରିବା ନେଇ ପିପିଲି ଥାନାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । କିଛି ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍‌ପି, ଅତିରିକ୍ତ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଛନ୍ତି ।

Breaking News