ରିପୋର୍ଟ କାର୍ଡ / ପୁରୀ
ଆଜି ପବିତ୍ର ଚୈତ୍ର ଶୁକ୍ଲ ତୃତୀୟା ତିଥି । ଏହି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି । ଏହି ବନକଲାଗି ନୀତି ପାଇଁ ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ। ଶ୍ରୀଜିଉଙ୍କ ବନକଲାଗିନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁଯାୟୀ, ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଦୀର୍ଘ ୪ ଘଣ୍ଟା ଧରି ଏହି ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ।






More Stories
ଆଚାର ସଂହିତା ଶିଖିବେ ପିସିଆର କର୍ମଚାରୀ…..
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..