ରିପୋର୍ଟ କାର୍ଡ / ବାଲେଶ୍ଵର
ମଦ୍ୟପ ସ୍ୱାମୀର ଅତ୍ୟାଚାର ସହିନପାରି ଶେଷରେ ଚରମ ପଦକ୍ଷେପ ନେଲା ସ୍ତ୍ରୀ । ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀକୁ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗ୍ରାମରେ। ତେଣ୍ଡା ଗାଁର ବୁଟୁ ସିଂ ସବୁବେଳେ ମଦ୍ୟପାନ କରି ଘରେ ମାରପିଟ କରନ୍ତି । କାଲି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ବୁଟୁ ସିଂ ନାବାଳିକା ଝିଅକୁ ଦୁର୍ବ୍ୟବହାର ଲାଗି ଉଦ୍ୟମ କରୁଥିଲା । ଏଥିରେ ପ୍ରତିବାଦ କରିଥିଲେ ସ୍ତ୍ରୀ ଗୁରୁବାରୀ। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୋଇଥିଲା । ରାଗରେ ସ୍ତ୍ରୀ ଗୁରୁବାରୀ ଠେଙ୍ଗାରେ ବୁଟୁ ସିିଂର ମୁଣ୍ଡକୁ ପିଟି ଝିଅକୁ ନେଇ ଚାଲି ଆସିଥିଲା । ଅତ୍ୟନ୍ତ ରକ୍ତଶ୍ରାବ ହେବାରୁ ପରେ ବୁଟୁ ସିଂର ମୃତ୍ୟୁ ହୋଇଥିଲା । ଘଟଣା ବିଷୟରେ ଖବର ପାଇ ନୀଳଗିରି ଥାନା ପୋଲିସ ସ୍ତ୍ରୀ ଗୁରୁବାରୀକୁ ଅଟକ ରଖି ପଚର ଉଚରା କରୁଥିବା ନେଇ ସୂଚନା ମିଳିଛି।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……