ରିପୋର୍ଟ କାର୍ଡ / କଟକ
କରୋନା ମହାମାରୀ ପାଇଁ ରାଜ୍ୟରେ ଲକ୍ଡାଉନ୍ ଜାରିରହିଛି । ଏହି ସମୟରେ ହୋଟେଲ୍ରେ ଚାଲିଛି ଦେହ ସେକ୍ସରାକେଟ । ଏପରି ଅଭିଯୋଗ କଟକରୁ ଆସିଛି। ପୋଲିସ ହୋଟେଲ୍ରେ ଚଢ଼ଉ କରି ଦେହ ବ୍ୟବସାୟରେ ନିୟୋଜିତ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ସେକ୍ସ ରାକେଟ୍ ଚଳାଉଥିବା କିଙ୍କପିନ୍ଙ୍କ ସମେତ ଜଣେ ଗ୍ରାହକ ଓ ହୋଟେଲ୍ ମାଲିକଙ୍କୁ ଅଟକ ରଖିଛି। ପିଲିଗ୍ରୀମ୍ ରୋଡ୍ରେ ଥିବା ଏକ ହୋଟେଲ୍ରେ ସେକ୍ସ ରାକେଟ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ମାଲଗୋଦାମ ଥାନା ପୋଲିସ ଅଚାନକ ହୋଟେଲ୍ ଉପରେ ଚଢଉ କରିଥିଲା। ପୁଲିସ ସେଠାରୁ ସେକ୍ସ ରାକେଟ ଚଲାଇଥିବା ଜଣେ ମହିଳା କିଙ୍ଗପିନଙ୍କ ସହ ଗ୍ରାହକ ଓ ହୋଟେଲ୍ ମାଲିକଙ୍କୁ ଅଟକ ରଖିଛି। ଏଥି ସହ ଦେହ ବ୍ୟବସାୟରେ ଲିପ୍ତ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ। ତେବେ କେତେଦିନ ଧରି ସେଠାରେ ସେକ୍ସ ରାକେଟ ଚାଲିଥିଲା, ତାହା ଉପରେ ପୋଲିସ ତଦନ୍ତ ଚଳାଇଛି।






More Stories
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….
ରାଜଧାନୀରେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା…..