ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚତୁର୍ଥରୁ ଷଷ୍ଠ ଶତାଦ୍ଦୀ ମଧ୍ୟରେ ଭାରତରେ ଚେସ୍ ଖେଳର ଉଦ୍ଭବ ହୋଇଥିଲା । ପ୍ରଥମେ ଏହାର ନାମ ଥିଲା ଚତୁରଙ୍ଗ । କ୍ରମେ ପର୍ସିଆ ଓ ଦକ୍ଷିଣ ୟୁରୋପକୁ ଏହା ବ୍ୟାପିଥିଲା ଏବଂ ୟୁରୋପରେ ହିଁ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା । ୧୯୨୪ ଅଲମ୍ପିକ୍ କ୍ରୀଡା ସମୟରେ ରହତୋଗ ୨୦ ତାରିଖରେ ୱାର୍ଲଡ ଚେସ୍ ଫାଉଣ୍ଡେସନ୍ ସ୍ଥାପିତ ହୋଇଥିଲ । ୧୯୬୬ ମସିହାରୁ ପ୍ରତି ବର୍ଷ ଏହି ସ୍ଥାପନା ଦିବସକୁ ଆନ୍ତର୍ଜାତୀୟ ଚେସ୍ ଦିବସ ଭାବେ ପାଳନ କରାଯାଉଛି ।ଏହି ଦିନରେ ସ୍ଥାନୀୟ, ଜାତୀୟ ଓ ବିଶ୍ୱ ସ୍ତରରେ ବିଭିନ୍ନ ଚେସ୍ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଏଫଆଇଡିଇ ସଂସ୍ଥା ଏହାର ମୁଖ୍ୟ ପୃଷ୍ଠପୋଷକ ।୨୦୧୯ରେ ଜାତିସଂଙ୍ଘର ସହାସଭା ଦ୍ୱାରା ଏହି ଦିବସକୁ ସ୍ୱୀକୃତି ମିଳିଥିଲା । ଚେସ୍ ହେଉଛି ରଣକୌଶଳ ଓ ତୀକ୍ଷଣ ବୁଦ୍ଧିର ଖେଳ । ପ୍ରାଚୀନ କାଳରୁ ଚେସକୁ ମାନସିକ ଶକ୍ତିର ଏକ ଖେଳ ରୂପେ ଖେଳାଯାଉଛି । ଏହାକୁ ଯେକୌଣସି ସ୍ଥାନ ଓ ସମୟରେ କେହି ବି ଖେଳିପାରିବେ । ବିଶର ୬୦ କୋଟିରୁ ଉଦ୍ଧ୍ୱ ଲୋକ ନିୟମିତ ଚେସ୍ ଖେଳନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ୟୁନାଇଟେଡ୍ କିଙ୍ଗଡମ୍, ଜର୍ମାନୀ, ରୁଷିଆ ଓ ଭାରତର ପ୍ରାୟ ୭୦ ପ୍ରତିଶତ ଲୋକ ଜୀବନରେ କେବେ ନା କେବେ ଚେସ୍ ଖେଳିଥିବାର ଜଣାଯାଏ ।
Discussion about this post