ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୭କୁ ବୃଦ୍ଧିପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିଲ୍ଲୀରେ ୪୬୫, କର୍ଣ୍ଣାଟକ ୩୩୩, ରାଜସ୍ଥାନ ୨୯୧, କେରଳ ୨୮୪, ଗୁଜରାଟରେ ୨୦୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ତାମିଲନାଡୁରେ ୧୨୧, ହରିଆଣା ୧୧୪, ତେଲେଙ୍ଗାନା ୧୦୭, ଓଡ଼ିଶା ୬୦, ଉତ୍ତର ପ୍ରଦେଶରେ ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି। ଉତ୍ତରପ୍ରଦେଶ ୩୧, ଆନ୍ଧ୍ରପ୍ରଦେଶ ୨୮, ପଶ୍ଚିମବଙ୍ଗ ୨୭, ଗୋଆ ୧୯, ଆସାମ ୯, ଉତ୍ତରାଖଣ୍ଡ ୮, ମେଘାଳୟ ୪, ଆଣ୍ଡାମାନ ନିକୋବର ୩, ଚଣ୍ଡିଗଡ ୩, ଜମ୍ମୁ କାଶ୍ମୀର ୩, ପଣ୍ଡିଚେରୀ ଓ ପଞ୍ଜାବରେ ୨ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛତିଶଗଡ, ହିମାଚଳପ୍ରଦେଶ, ଲଦାଖ, ମଣିପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ୧୧୯୯ ଜଣ ସୁସ୍ଥ ହୋଇଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……