ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଶ୍ୱ ରେଡ଼ିଓ ଦିବସ | ଏହି ଅବସରରେ ବିଶ୍ୱର ଅନେକ ଦେଶରେ ରେଡ଼ିଓ ଦିବସ କୁ ଧୁମଧାମରେ ପାଳନ କରାଯାଉଛି । ୨୦୧୧ ମସିହା ଆଜିର ଦିନରେ ୟୁନେସ୍କୋର ସଭ୍ୟ ଦେଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରେଡ଼ିଓ ଦିବସକୁ ବିଶ୍ୱ ସ୍ତରରେ ପାଳନ ପାଇଁ ଜାତିସଙ୍ଘ ମାନ୍ୟତା ଦେଇଥିଲା। ରେଡ଼ିଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ମୂଲ୍ୟବୋଧ ପ୍ରସାର ଦିଗରେ ଏକ ବଳିଷ୍ଠ ମାଧ୍ୟମ ବୋଲି ୟୁନେସ୍କୋ କହିଛି। ବିଶ୍ୱର ସର୍ବାଧିକ ଶ୍ରୋତାଙ୍କ ପାଖରେ ରେଡ଼ିଓ ପହଂଚି ପାରିଛି ଏବଂ ସମାଜରେ ବିବିଧତା ମଧ୍ୟରେ ଏକତାର ଭାବ ସୃଷ୍ଟି ସହ ସମସ୍ତଙ୍କୁ ଶୁଣିବା ଓ ପ୍ରତିନିଧିତ୍ବ ଅଧିକାର ଦେଇଛି। ଚଳିତ ବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ରହିଛି ‘ରେଡ଼ିଓ ଓ ବିଶ୍ୱାସ’। ଚଳିତ ବର୍ଷ ରଏଟର ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ଆକାଶବାଣୀ ୧ ନମ୍ବର ଭରସାଯୋଗ୍ୟ ରେଡ଼ିଓ ମାଧ୍ୟମ ହୋଇପାରିଛି। ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥୁବା ଲୋକଙ୍କ ପାଇଁ ରେଡ଼ିଓ ଏକ ଭରସାଯୋଗ୍ୟ ମାଧ୍ୟମ ହୋଇପାରିଛି ହୋଇପାରିଛି।
More Stories
ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ…..
ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ….
ଆଜି ଆକାଶରେ ଦେଖା ହେବ ‘ସୁପର ବ୍ଲୁ ମୁନ୍’…..