ରିପୋର୍ଟ କାର୍ଡ / କୋଲକାତା
ବଙ୍ଗ କାହାକୁ ଭିକ୍ଷା ମାଗେ ନାହିଁ | ଗୁରୁବାର ଦକ୍ଷିଣେଶ୍ବର ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି। ଦିଲ୍ଲୀରୁ କୋଲ୍କାତା ଫେରିବା ପରେ ଦକ୍ଷିଣେଶ୍ବର ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ‘ଲାଇଟ୍-ଆଣ୍ଡ୍-ସାଉଣ୍ଡ୍’ ବ୍ୟବସ୍ଥା ଉନ୍ମୋଚନ କରି ସେ କହିଲେ, ଦକ୍ଷିଣେଶ୍ବର ପରି କାଳିଘାଟରେ ମଧ୍ୟ ୩୦୦ କୋଟି ଟଙ୍କା ବ୍ୟୟରେ ‘ସ୍କାଏୱାକ୍’ ନିର୍ମାଣ ଚାଲିଛି। ସମଗ୍ର ବଙ୍ଗରେ ଧର୍ମ ସମ୍ବନ୍ଧୀୟ ଅନେକ କାର୍ଯ୍ୟ କରାଯାଇଛି। ଅତିଥି ଭବନ କାର୍ଯ୍ୟ ଶେଷ କରିବା ଲାଗି ଦକ୍ଷିଣେଶ୍ବରରେ ଥିବା ‘କେଏମ୍ଡିଏ’ ଆଉ ୧୦ କୋଟି ଟଙ୍କା ଦେବ। ବଙ୍ଗ କାହାକୁ ଭିକ୍ଷା ମାଗେ ନାହିଁ। ଦକ୍ଷିଣେଶ୍ବର ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରି ସାରିବା ପରେ ମମତା ବାନାର୍ଜୀ ସେଠାରେ ଏକ ଯାଦୁଘର ଏବଂ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ଦକ୍ଷିଣେଶ୍ବରର ଇତିହାସ ଏବଂ ଫଟୋ ଥିବା ଗୋଟାଏ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ପ୍ରଫେଟ୍ ମହମ୍ମଦ୍ ଟିପ୍ପଣୀ ବିବାଦ ଯୋଗୁଁ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ବାତାବରଣରେ ମମତା ବାନାର୍ଜୀ କହିଲେ, ଧର୍ମର ରାଜନୀତିକରଣ କରିବା ଅନୁଚିତ। ସାଧାରଣ ଜନତା ଧର୍ମ ସହ ବିବାଦ କରନ୍ତି ନାହିଁ। କେତେକ ରାଜନେତା ଏଭଳି କାମ କରନ୍ତି। କେତେକ ଲୋଭୀ ନେତା ଅସ୍ଥିରତା ବିସ୍ତାର କରନ୍ତି। ମୁଁ ନମାଜ ପଢ଼େ ନାହିଁ, ଇଫ୍ତାର୍କୁ ଯାଏ। ଯଦି ମୁଁ ଦୁର୍ଗାପୂଜା କି, ଜୈନ ମନ୍ଦିରକୁ ଯାଏ, କେହି କିଛି ପଚାରନ୍ତି ନାହିଁ। ଜୈନ ମନ୍ଦିର ପାଇଁ ୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….