Report Card Odisha

| Daily Odia News

ଆଉ ୫ ମାସ ମାଗଣା ମିଳିବ ଚାଉଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଉ ୫ ମାସ ମାଗଣା ଚାଉଳ ମିଳିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଜୁଲାଇରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଅଧିକ ପାଞ୍ଚ ମାସ ପାଇଁ ଏନଏଫଏସଏ ହିତାଧିକାରୀମାଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଲେଖାଏଁ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଏଥିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା (ଡିବିଟି) ହିତାଧିକାରୀଙ୍କ ସମେତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନଏଫଏସଏ) (ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର)ର ସର୍ବାଧିକ ୮୧.୩୫ କୋଟି ହିତାଧିକାରୀ ଉପକୃତ ହେବେ ୮୧.୩୫ କୋଟି ହିତାଧିକାରୀମାନଙ୍କୁ ଟିପିଡିଏସ ଅନ୍ତର୍ଗତ ମୁଣ୍ଡପିଛା ୫ କିଲୋ ଲେଖାଏଁ ଚାଉଳ ଅଧିକ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଏହି ଅନୁମୋଦନ କରାଯିବା ଫଳରେ ରାଜକୋଷରୁ ଖାଦ୍ୟ ସବସିଡି ବାବଦକୁ ୬୪,୦୩୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର କୌଣସି ଯୋଗଦାନ ନାହିଁ ଏବଂ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବ୍ୟୟଭାର ବହନ କରନ୍ତି। ଏହି କାରଣରୁ ଖାଦ୍ୟଶସ୍ୟ ପରିବହନ ଏବଂ ଏଫପିଏସ ଡିଲରଙ୍କ ମାର୍ଜିନ ବାବାବଦରେ ଅତିରିକ୍ତ ୩,୨୩୪.୮୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ତେଣୁ କେନ୍ଦ୍ର ସରକାର ଏ ବାବଦରେ ମୋଟ ୬୭,୨୬୬.୪୪ କୋଟି ଟଙ୍କାର ବ୍ୟୟଭାର ବହନ କରିବେ ଗହମ ଓ ଚାଉଳ କେତେ ପରିମାଣରେ ବଣ୍ଟନ କରାଯିବ ତାହା ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିର୍ଦ୍ଧାରଣ କରିବ। ଏହାଛଡ଼ା ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମଧ୍ୟ ମୌସୁମୀ, ତୁଷାରପାତ ଆଦି ପ୍ରତିକୂଳ ପାଣିପାଗ ପରିସ୍ଥିତି ଏବଂ ଯୋଗାଣ ଶୃଙ୍ଖଳ ଓ କୋଭିଡ ଜନିତ ବାଧାଗୁଡ଼ିକୁ ଆଖି ଆଗରେ ରଖି ପିଏମଜିକେଏୱାଇ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଖାଦ୍ୟଶସ୍ୟ ଉଠାଣ/ବିତରଣର ଅବଧି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ। ମୋଟ୍ ଖାଦ୍ୟଶସ୍ୟ ବିତରଣ ପରିମାଣ ୨୦୪ ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ଅନୁମାନ କରାଯାଇଛି। ଅତିରିକ୍ତ ଖାଦ୍ୟଶସ୍ୟ ବିତରଣ ଫଳରେ କରୋନା ଭୂତାଣୁ କାରଣରୁ ଦେଶର ଗରିବମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଲାଘବ ହେବ। ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ଅଭାବ କାରଣରୁ କୌଣସି ଗରିବ ପରିବାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

Breaking News