Report Card Odisha

| Daily Odia News

ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ:ଜେ.ପି. ନଡ୍ଡା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀଙ୍କୁ ନେଇ ଦେଶରେ ରାଜନୀତି ଜୋର ଧରିଛି । କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁଠି ଟିକା ରାଜନୀତି | ମଙ୍ଗଳବାର ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ | ବୁଧବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ନେତାମାନେ କେବଳ ଟ୍ୱିଟର ଏବଂ ସାମ୍ବାଦିକ ସମ୍ମିଳନୀରେ ସୀମିତ । ସବୁବେଳେ କରୋନାକୁ ନେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । କରୋନାର ମୁକାବିଲା ପାଇଁ ଦେଶରେ ବ୍ୟାପକ ଟିକାକରଣ ଚାଲିଛି । ଆଉ ଏହାକୁ ଭଣ୍ଡୁର କରିବାକୁ ବିରୋଧୀ ଉଦ୍ୟମ କରୁଥିବା ଜେ.ପି. ନଡ୍ଡା ଅଭିଯୋଗ କରିଛନ୍ତି । ଟିକାକରଣରେ ବାଧା ସୃଷ୍ଟି କରିବାକୁ ସେମାନେ ବାରମ୍ବାର ଚେଷ୍ଟା କରୁଛନ୍ତି । ପ୍ରଥମେ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଲକଡାଉନ ପ୍ରତ୍ୟାହାର ହେଲା ପରେ ମଧ୍ୟ ସେମାନଙ୍କ ବିରୋଧ ଜାରି ରହିଥିଲା । ସାରା ଦେଶରେ ଟିକାକରଣ ପାଇଁ ଘୋଷଣା ହେବା ପରେ ଏହାକୁ ବିରୋଧୀମାନେ ପ୍ରଶ୍ନ କରିଥିଲେ । ଟିକାର ଟେଷ୍ଟିଂ ହୋଇଛି କି ନାହିଁ ଏନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। କଂଗ୍ରେସ ନେତାମାନେ ଏହାକୁ ନେଇ ଅନେକ ବିବାଦୀୟ ବୟାନ ଦେଇଛନ୍ତି । ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇ ନଥିବାରୁ ଏହା ଜୀବନ ପ୍ରତି ବିପଦ ଅଛି ବୋଲି କହି ସେମାନେ ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ହେଲେ କଂଗ୍ରେସ ନେତାମାନେ ନିଜେ ସମସ୍ତେ ଗୁପ୍ତରେ ଟିକା କରିସାରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି । କଂଗ୍ରେସର କିଛି ନେତା କହିଥିଲେ ତାଙ୍କୁ ଟିକା ମିଳି ନାହିଁ। ଅନ୍ୟପଟେ ଟିକା ପ୍ରଦାନ କରିବା ପରେ ରାଜସ୍ଥାନରେ ଟିକାକୁ ଗାଡ଼ରେ ଫୋପାଡ଼ି ଦିଆଗଲା । ଟିକା ଫୋପାଡ଼ି କହିଲେ ଆମକୁ ଟିକା ଦିଅ, ଟିକା ଦିଅ । ପୁଣି କହିଲେ ଆମ ଲୋକଙ୍କ ପାଇଁ ଟିକା ଆମେ ନିଜେ କିଣିବୁ। ଯେତେବେଳେ କିଣିବାକୁ ଅନୁମତି ଦିଆଗଲା, ପୁଣି କହିଲେ କେନ୍ଦ୍ର ସରକାର ଦିଅନ୍ତୁ । କଂଗ୍ରେସ ନେତାମାନ ଏ କେଉଁ ପ୍ରକାର ରାଜନୀତି କରୁଛନ୍ତି ? ବୋଲି କହିଛନ୍ତି ଜେ.ପି. ନଡ୍ଡା ।

Breaking News