Report Card Odisha

| Daily Odia News

ମଙ୍ଗଳ ଗ୍ରହରେ ଉଜ୍ଜ୍ୱଳ ନୀଳ ରଙ୍ଗର ବାଲୁକା ସ୍ତୂପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉଜ୍ଜ୍ୱଳ ସୁନ୍ଦର ନୀଳ ରଙ୍ଗର ବାଲୁକା ରାଶି ସ୍ତୂପରେ ଆବୃତ ମଙ୍ଗଳ ପୃଷ୍ଠର ଏକ ଫଟୋ ଚିତ୍ର ସମ୍ପ୍ରତି ‘ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ନାସା) ରିଲିଜ୍‌ କରିଛି। ‘ନାସା’ ସେୟାର୍‌ କରିଥିବା ‘ଲୋହିତ ଗ୍ରହରେ ନୀଳ ବାଲୁକା ସ୍ତୂପମାଳା’ ଥିବା ଏହି ଫଟୋ ସବୁ ଡିସେମ୍ବର ୨୦୦୨ରୁ ନଭେମ୍ବର ୨୦୦୪ ମଧ୍ୟରେ ଉତ୍ତୋଳନ କରାଯାଇଛି। ‘ମାର୍ସ ଓଡିସି ଅର୍ବିଟର୍‌’ ‘ଥର୍ମାଲ୍‌ ଏମିସନ୍‌ ଇମାଜିଙ୍ଗ୍‌ ସିଷ୍ଟମ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌’ ଏହି ଫଟୋ ସବୁ ଉତ୍ତୋଳନ କରିଛି। ଏହି ଫଟୋଚିତ୍ରରେ ଦୁଇ ପ୍ରକାରର ସ୍ତୂପ ଦେଖାଯାଉଛି। ସାମାନ୍ୟ ହଳଦିଆ ଦିଶୁଥିବା ଗୋଟିଏ ସେଟ୍‌ ଫଟୋଚିତ୍ର ଅପେକ୍ଷାକୃତ ଉଷ୍ମ ଜଳବାୟୁ ଅଞ୍ଚଳର ହୋଇଥିବା ବେଳେ ସାମାନ୍ୟ ନୀଳ ଦେଖାଯାଉଥିବା ଫଟୋଚିତ୍ର ଅପେକ୍ଷାକୃତ ଶୀତଳ ଜଳବାୟୁ ଅଞ୍ଚଳର ବୋଲି ଜଣାପଡୁଥିବା ‘ନାସା’ କହିଛି। ଖରା ତେଜ ଯୋଗୁଁ ବାଲୁକାରାଶି ସ୍ୱର୍ଣ୍ଣିମ ରଙ୍ଗ ଦିଶୁଛି। ଫଟୋ ଉତ୍ତୋଳିତ ହୋଇଥିବା ମଙ୍ଗଳ ପୃଷ୍ଠର ଉକ୍ତ ଅଞ୍ଚଳର ଓସାର ପ୍ରାୟ ୩୦ କିଲୋମିଟର୍‌ ହେବ। ‘ଓଡିସି’ର ୨୦ତମ ବାର୍ଷିକୀ ଅବସରରେ ଏହି ଫଟୋ ସବୁ ରିଲିଜ୍‌ କରାଯାଇଛି। ‘ଓଡିସି’ ହେଉଛି ମଙ୍ଗଳ ମହାକାଶଯାନ ଇତିହାସରେ ଏଯାବତ୍‌ ସର୍ବାଧିକ କାଳ କାର୍ଯ୍ୟ କରିଥିବା ମହାକାଶଯାନ।

 

Breaking News