ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ଏନଏଚଆରସି ଗାଇଡ଼ ଲାଇନ ଅନୁସାରେ ବଦଳିଲେ ଏସଆଇ ଏସ. କେ. ବେହେରା । ଆଇଆଇସି ରାଙ୍କର ଜଣେ ଅଧିକାରୀ ଏହି ମାମଲାର ତଦନ୍ତ ଅଧିକାରୀ ହେବ । ପୋଷ୍ଟମଟର୍ମ ରିପୋର୍ଟ ସହ କେଉଁ ପରିସ୍ଥିତିରେ ସେ ଆସିଲେ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନେଲେ ସେ ଦିଗରେ ହେବ ତଦନ୍ତ । ଏନଏଚଆରସି ଗାଇଡ଼ ଲାଇନ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଡିସିପି ଏହି ରିପୋର୍ଟ ଏନଏଚଆରସିକୁ ପଠାଇବେ ବୋଲି ସୂଚନା ମିଳିଛି ।





More Stories
କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା…..
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….