ରିପୋର୍ଟ କାର୍ଡ / ଭୁବନେଶ୍ଵର
ଟୋକିଓ ଅଲିମ୍ପିକ୍ସରେ ସୋମବାର ଦମ୍ଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ | ଏହା ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଆଜି ଭାରତୀୟ ମହିଳା ହକି ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ମହିଳା ହକି ଦଳ ଏହି ବିଜୟ ଅଭିଯାନ ବଜାୟ ରଖୁ। ଭାରତୀୟ ମହିଳା ହକି ଦଳ ଦେଶର ସମ୍ମାନ ବଜାୟ ରଖୁ।’ ସୂଚନାଯୋଗ୍ୟ, ଭାରତ ପ୍ରଥମଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ଭାରତ। ଭାରତ ପକ୍ଷରୁ ଗୁରଜିତ୍ କୌର ଗୋଲ୍ ଦେଇଛନ୍ତି। ମହିଳା ଟିମ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..