ରିପୋର୍ଟ କାର୍ଡ / ମୁମ୍ବାଇ
ବିଜୟ ଦେବରାକୋଣ୍ଡା ଏବଂ ସମନ୍ଥା ରୁଥ ପ୍ରଭୁ ସାଉଥ ଇଣ୍ଡଷ୍ଟ୍ରିର ଦୁଇଟି ଲୋକପ୍ରିୟ ବଡ଼ ତାରକାଙ୍କୁ ଆଗମୀ ଫିଲ୍ମରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଶିବ ନିର୍ବାଣଙ୍କ ଆଗାମୀ ଚଳଚ୍ଚିତ୍ରରେ ଉଭୟଙ୍କ ଯୋଡି ସାଇନ୍ କରାଇଛନ୍ତି| ଏହି ଭିଡ଼ି ୧୧ ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ ଡ୍ରାମା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ବିଜୟଙ୍କୁ ଜଣେ ସେନାବାହିନୀର ଭୂମିକାରେ ଦେଖିବାକୁ ମିଳିବ।

ବିଜୟ ଏବଂ ସାମନ୍ତଙ୍କ ସହ କାଶ୍ମୀରରେ ଫିଲ୍ମର କିଛି ପ୍ରମୁଖ ସିନ୍ ଗୁଡିକ ଶୁଟିଂ କରାଯିବ। ଏହା ମଧ୍ୟ କୁହାଯାଉଛି ଯେ ଫିଲ୍ମରେ ପ୍ରଦର୍ଶିତ ପ୍ରେମ କାହାଣୀର ପୃଷ୍ଠଭୂମି ସେନା ଉପରେ ଆଧାରିତ ହେବ, ହେଲେ ଫିଲ୍ମକୁ ନେଇ ଅଧିକ କିଛି ସୂଚନା ମିଳି ନାହିଁ । ବିଜୟ ମଧ୍ୟ ଚଳିତ ବର୍ଷ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କର ଫିଲ୍ମ ‘ଲିଗର୍’ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହେବାକୁ ଯାଉଛି। ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେଙ୍କ ନଜର ଆସିବେ।






More Stories
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……
ଆଶା ଭୋସ୍ଲେଙ୍କ ପରଲୋକ…..
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..