ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଆଖାଇ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ୪ ଜଣ ସାଙ୍ଗ । ବାସୁଆଘାଇ ବାଙ୍କୁଆଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେମାନଙ୍କ ମଧ୍ୟରୁ ୩ ଜଣ ନିଜେ ଉପରକୁ ପଳାଇ ଆସିଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ ଯେ, କୁଆଖାଇ ନଦୀରେ ଗାଧୋଇବାକୁ ସକାଳ ପ୍ରାୟ ୧୦ଟା ବେଳେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ମଣ୍ଡପ ସାହିର ୪ଜଣ ନାବାଳକ ଆସିଥିଲେ । ୪ ଜଣ ଗାଧୋଇବା ବେଳେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ନିଜେ ନିଜେ ଉପରକୁ ଚାଲିଆସିଥିଲେ । ଅନ୍ୟ ଜଣେ ନାବାଳକ ପ୍ରାୟ ୩୦ ରୁ ୩୫ ଫୁଟ ଗଭୀରରେ ଫସିଯାଇଥିଲେ । ସ୍ଥାନୀୟଲୋକମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଖବର ପାଇ ବାଲିଅନ୍ତା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ ସେହି ନାବାଳକଙ୍କୁ ପାଣିରୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନାବାଳକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଅଞ୍ଚଳର ମହେଶ୍ଵର ପୃଷ୍ଟି ବୋଲି ଜଣାପଡିଛି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..