ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ କାଳରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋ ମୁହଁରେ ମାସ୍କ ନପିନ୍ଧି ୧୦୦ ଡଲାର ଜରିମାନା ଦେଇଛନ୍ତି | ଜୈର ବୋଲ୍ସୋନାରୋ ସମର୍ଥକମାନଙ୍କ ସହ ମୋଟରସାଇକଲ ରାଲି କରିଥିବାରୁ ତାଙ୍କ ଉପରେ ୧୦୦ ଆମେରିକୀୟ ଡଲାର ଜରିମାନା ଲାଗୁ କରାଯାଇଛି। ବ୍ରାଜିଲରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବୋଲସୋନାରୋ ପୁନର୍ବାର ପ୍ରାର୍ଥୀ ହେବେ । ଏଥିପାଇଁ ସେ ଦେଶର ବିଭିନ୍ନ ସ୍ଥାନରେ ରାଲି କରି ଆସୁଛନ୍ତି। ସେହିକ୍ରମରେ ସାଓ ପଲୋରେ ରାଷ୍ଟ୍ରପତିଙ୍କ ନେତୃତ୍ବରେ ‘ଆକ୍ସିଲରେଟ୍ ଫର୍ କ୍ରିସ୍’ ରାଲି ଆୟୋଜନ କରାଯାଇଥିଲା। ଏହି ରାଲିରେ ରାଷ୍ଟ୍ରପତି ବୋଲ୍ସୋନାରୋ ସମ୍ମୁଖ ଭାଗରେ କାଚ ନଥିବା ଏକ ହେଲ୍ମେଟ୍ ପିନ୍ଧିଥିଲେ। କିନ୍ତୁ ମୁହଁରେ ମାସ୍କ ପିନ୍ଧି ନଥିଲେ। ରାଲିରେ ମାସ୍କ ପିନ୍ଧୁ ନଥିବାରୁ ସାଓ ପଲୋ ରାଜ୍ୟପାଳ ତଥା ବୋଲସୋନାରୋଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଜୋଆଓ ଡୋରିଆ ତାଙ୍କୁ ଆଗୁଆ ଚେତାବନୀ ଦେଇଥିଲେ। ରାଷ୍ଟ୍ରପତି ରାଜ୍ୟର ନିୟମ ପାଳନ ନକରିଲେ ତାଙ୍କ ଉପରେ ଜରିମାନା ଲଗାଯିବ ବୋଲି କହିଥିଲେ। ଏହାସତ୍ତ୍ବେ ସେ ଏହି ରାଲିରେ ମାସ୍କ ପିନ୍ଧି ନଥିଲେ। କରୋନା ମହାମାରୀ ଯୋଗୁ ବିଶ୍ବର ଦ୍ବିତୀୟ ସର୍ବାଧିକ ଲୋକ ବ୍ରାଜିଲରେ ମୃତ୍ୟୁବରଣ କରିଥିଲେ ମଧ୍ୟ ରାଷ୍ଟ୍ରପତି ଲୋକଙ୍କ ଘରେ ରହିବା ଏବଂ ମାସ୍କ ପିନ୍ଧିବା ନୀତିକୁ ସମାଲୋଚନା କରିଆସୁଛନ୍ତି।
More Stories
ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍ ଚେତାବନୀ…..
ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ…..
ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସି .ପି ରାଧାକୃଷ୍ଣନ…..