ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମ ବିଧାନସଭା ନିର୍ବାଚନରେ ଏଜେପି (ଆସାମ ଜାତୀୟ ପରିଷଦ) ପ୍ରାର୍ଥୀ କୁନ୍କି ଚୌଧୁରୀ ଗୁଆହାଟୀ ସେଣ୍ଟ୍ରାଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କୁନ୍କି ଚଳିତ ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀଭାବେ ମାନ୍ୟତାଲାଭ କରିଥିବାବେଳେ ଗୋମାଂସ ଭକ୍ଷଣ ପ୍ରସଙ୍ଗ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରଚାର ଅଭିଯାନ ସମୟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କୁନ୍କିଙ୍କ ମାଆ ସୁଜାତା ଗୁରୁଙ୍ଗ୍ ଚୌଧୁରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସୁଜାତା ଗୋମାଂସ ଭକ୍ଷଣ କରୁଥିବାବେଳେ ପାକିସ୍ତାନ ପ୍ରତି ସହାନୁଭୂତି ପ୍ରଦର୍ଶନ ଏବଂ ଦେଶଦ୍ରୋହୀ ବ୍ୟକ୍ତିଙ୍କୁ ସମର୍ଥନ ଜଣାଉଛନ୍ତି ବୋଲି ହିମନ୍ତ କହିଥିଲେ। ଏହାର ପ୍ରତିବାଦରେ ସୁଜାତା ଜାତୀୟ ମହିଳା କମିସନଙ୍କ ନିକଟରେ ହିମନ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ଜଣେ ଗୃହିଣୀ ହୋଇଥିବାବେଳେ ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନଥିବା ସୁଜାତା କହିଛନ୍ତି। ଝିଅ କୁନ୍କି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ତାଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟଣାଯାଉଛି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..