ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଆକାଶ ମାର୍ଗରୁ ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ବାତ୍ୟା ‘ୟାସ୍’ ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଧାମରା ନିକଟ ରେମୁଣା-ବାହାନଗା ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିଥିଲା । ବାତ୍ୟା ‘ୟାସ୍’ରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବାତ୍ୟା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ୧୨୮ ଜଳବନ୍ଦୀ ଗାଁର ସମସ୍ତ ପରିବାରକୁ ୭ ଦିନ ଲାଗି ରିଲିଫ୍ ଘୋଷଣା କରିଥିଲେ । ଏଥିସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ସହ ସମସ୍ତ ରାସ୍ତା ମରାମତି ନେଇ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆଜି ନିଜେ ପରିଦର୍ଶନ କରିଥିବାରୁ ଆକଳନ ପରେ ଆଉ କିଛି ବଡ଼ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
More Stories
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଉପହାର…..
୨୪ ମାଓବାଦୀଙ୍କ ଆତ୍ମସମର୍ପଣ…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..