ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଜନସାଧାରଣଙ୍କ ସହଯୋଗ ଯୋଗୁ ତାଲାବନ୍ଦ ସଫଳ ହେଉଛି। ଗତକାଲି ଜିଟିବି ଡାକ୍ତରଖାନା ସମ୍ମୁଖରେ ୫୦୦ ଆଇସିୟୁ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଆରମ୍ଭ ହୋଇଛି। ଏବେ ଦିଲ୍ଲୀରେ ଆଇସିୟୁ ଏବଂ ଅମ୍ଳଜାନ ଶଯ୍ୟାର ଅଭାବ ନାହିଁ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | କହିଛନ୍ତି କି , ଏବେ ଦିଲ୍ଲୀରେ ପ୍ରତିଦିନ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଟିକା ଦିଆଯାଉଛି। ଖୁବଶୀଘ୍ର ପ୍ରତିଦିନ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ଦିଲ୍ଲୀବାସୀଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ ରହିଛି। କିନ୍ତୁ ଟିକାର ଅଭାବ ରହିଥିବା କେଜ୍ରିୱାଲ କହିଛନ୍ତି। ବର୍ତ୍ତମାନ କେବଳ ଦୁଇଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି୧। ସେମାନେ ଗୋଟିଏ ମାସରେ କେବଳ ୬ରୁ ୭ କୋଟି ଟିକା ଉତ୍ପାଦନ କରୁଛନ୍ତି। ଏଭଳି ସ୍ଥିତିରେ ସମସ୍ତ ଦେଶବାସୀଙ୍କୁ ଟିକା ଦେବାରେ ୨ବର୍ଷରୁ ଅଧିକ ସମୟ ଲାଗିବ। ସେତେବେଳକୁ କରୋନାର ଅନେକ ତରଙ୍ଗ ଆସିଯାଇଥିବ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଉତ୍ପାଦନକୁ ବୃଦ୍ଧି କରିବା ଜରୁରୀ। କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଟିକା ସୂତ୍ର ସାର୍ବଜନୀନ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦାବି କରିଛନ୍ତି। ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ଏହାର ଫର୍ମୁଲା ବା ସୂତ୍ରକୁ ସାର୍ବଜନୀନ କଲେ ସବୁ ଫାର୍ମା କମ୍ପାନୀ ଟିକା ତିଆରି କରିପାରିବେ। ଫଳରେ ଟିକାର ଉତ୍ପାଦନ ବୃଦ୍ଧି ପାଇବ ଏବଂ ଅଭାବ ରହିବ ନାହିଁ। କେନ୍ଦ୍ର ସରକାର ଅନ୍ୟ କମ୍ପାନୀଗୁଡ଼ିକୁ ବି ଟିକା ତିଆରି କରିବା ଲାଗି ଆଦେଶ ଦିଅନ୍ତୁ ବୋଲି ।
More Stories
ଏଲ୍ଓସିରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ……
ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ…..
ପରଲୋକରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ…..