Report Card Odisha

| Daily Odia News

ଦେଶରେ କରୋନା ସଂକ୍ରମଣ ହ୍ରାସ, କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଉଛି | କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ୍ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ପର୍ୟ଼୍ୟନ୍ତ ସକ୍ରିୟ ମାମଲା ଓ ୧୭ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି ବୋଲି କହିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯ଼େ ଦେଶରେ କେତେକ ରାଜ୍ୟ ଯ଼େପରିକି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ,ଝାରଖଣ୍ଡ, ତେଲେଙ୍ଗାନା ତଥା ଲକ୍ଷଦ୍ବୀପ, ଆଣ୍ଡାମାନ ଓ ନିକୋବର, ଲଦାଖ ପରି କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ମାମଲା ହ୍ରାସ ପାଉଥିବା ଲକ୍ଷ୍ୟ କରାଯ଼ାଉଛି । ସେହିପରି କର୍ଣ୍ଣାଟକ,କେରଳ, ତାମିଲନାଡ଼ୁ, ଓଡ଼ିଶା, ପଞ୍ଜାବ, ଆସାମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା ଆଦି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖାଯ଼ାଇଛି । ଅନ୍ୟପକ୍ଷରେ ଦେଶରେ ଏବେସୁଦ୍ଧା ପ୍ରାଯ ୧୭ କୋଟି ୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯ଼ାଇଛି ବୋଲି ସେ ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିକି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଏବେ ଆରଟି ପିସିଆର ଟେଷ୍ଟ ଜରୁରୀ ନୁହେଁ । ଯଦି କୌଣସି ରୋଗୀ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଡିସଚାର୍ଜ ହେଉଛନ୍ତି ତେବେ ଆରଟି ପିସିଆର ଟେଷ୍ଟର ଆବଶ୍ୟକତା ନାହିଁ। ଅର୍ଥାତ ହସ୍ପିଟାଲ୍‌ରୁ ଡିସଚାର୍ଜ ହେବା ପାଇଁ ଆରଟି ପିସିଆର ଟେଷ୍ଟ କରାଇବା ଜରୁରୀ ନୁହେଁ। କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଛନ୍ତି, ଭ୍ୟାକ୍ସିନର ଦ୍ଵିତୀୟ ଡୋଜ୍ ଲଗାଉଥିବା ରାଜ୍ୟକୁ ପ୍ରାଥମିକତା ଦିଆଯିବ। ଦ୍ଵିତୀୟ ଡୋଜ୍ ପାଇଁ ବଡ ସଂଖ୍ୟାରେ ଲୋକେ ଅପେକ୍ଷା କରିଛନ୍ତି। ସେମାନଙ୍କୁ ପ୍ରଥମେ ଟିକା ଯୋଗାଇ ଦେବାର ଆବଶ୍ୟକତା ରହିଛି। କେନ୍ଦ୍ର ପକ୍ଷରୁ ମାଗଣାରେ ମିଳିବାକୁ ଥିବା ଟିକାରୁ ୭୦ ପ୍ରତିଶତ ଟିକା ରାଜ୍ୟଗୁଡିକ ଦ୍ଵିତୀୟ ଡୋଜ୍‌ ପାଇଁ ରଖି ପାରିବେ। ବାକି ୩୦ ପ୍ରତିଶତ ଭ୍ୟାକ୍ସିନ ପ୍ରଥମ ଡୋଜ୍‌ ପାଇଁ ଦେଇ ପାରିବେ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ୧୩ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ୬ଟି ରାଜ୍ୟରେ ଆକ୍ଟିଭ୍ କେସ୍ ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଛି। ସେହି ପରି ୧୭ ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ରୋଗୀ ଚିକିତ୍ସାଧୀନ ରହିଛନ୍ତି।

Breaking News