ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୨୪ ଘଣ୍ଟାରେ ଆଉ ୪୧,୫୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୩୭,୨୨୨କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୮,୦୪୦ରେ ପହଞ୍ଚିଛି। ମୃତ୍ୟୁ ହାର ୧.୩୨%। ସେହିପରି ଆଉ ୪୧,୫୨୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୯,୭୫,୦୬୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୨୦%। ଆଉ ୪,୫୪,୧୧୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୧.୪୭%। ଦିନକରେ ୧୮,୪୩,୫୦୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୩,୦୮,୮୫,୪୭୦ ନମୁନା ପରୀକ୍ଷା କରାଯାଇଛି। ଦିନକରେ ଆଉ ୩୭,୨୩, ୩୬୭ ଟିକା ନେଇଥିବା ବେଳେ ଆଜି ସୁଦ୍ଧା ମୋଟ ୩୭,୬୦,୩୨,୫୮୬ ଟିକା କରଣ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Discussion about this post