ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ଏନେଇ ଶ୍ରୀ ବୈଜଲ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ସେ ଟୁଇଟ କରି ଜଣାଇଛନ୍ତି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ସୁସ୍ଥ ଥିବା ଅଧିକାରୀମାନେ ପୂର୍ବଭଳି କୋଭିଡ-୧୯କୁ କିପରି କାବୁ କରାଯାଇ ପାରିବ ସେ ନେଇ କାର୍ଯ୍ୟ ଜାରୀ ରଖନ୍ତୁ ।






More Stories
କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା…..
ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା…..
ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ…..