Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ….

ରିପୋର୍ଟ କାର୍ଡ / କୋଲକାଲ

ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ | କରୋନା କଟକଣା ମଧ୍ୟରେ ଆଜି ଅଳ୍ପ ଅତିଥିଙ୍କ ଉପସ୍ଥିତିରେ କୋଲକାତା ରାଜ ଭବନରେ ଶପଥ ନେଇଛନ୍ତି ମମତା | ରାଜ୍ୟ ପାଳ ଜଗଦୀପ ଧାନଖର ମମତା ବାନାର୍ଜୀଙ୍କୁ ଶପଥ କରାଇଛନ୍ତି |  ଚଳିତ ବିଧାନସଭା ନିର୍ବାଚନରେ ୨୯୨ରୁ ୨୧୩ ଆସନ ଅକ୍ତିଆର କରିବା ସହ ପୁଣିଥରେ କ୍ଷମତାକୁ ଫେରିଛି ଟିଏମସି । ଫଳାଫଳ ଆସିବା ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମମତା  ମମତାଙ୍କ ଲୋକପ୍ରିୟତା ଆଗରେ ଫେଲ ମାରିଛି ଶାହାଙ୍କ ଷ୍ଟ୍ରାଟେଜି ।

Breaking News