ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଢି ଚାଲିଛି| ଏବେ ସାମ୍ନାକୁ ଆସିଛି କି କରୋନା ପ୍ରାଣୀଙ୍କୁ ସଂକ୍ରମିତ କରିଛି। ସ୍ଥାନୀୟ ନେହରୁ ପ୍ରାଣୀ ଉଦ୍ୟାନରେ ୮ଟି ଏସୀୟ ସିଂହ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ପ୍ରଥମ କରି ଭାରତରେ ପ୍ରାଣୀଙ୍କ ଠାରେ କରୋନା ସଂକ୍ରମଣ ହୋଇଛି। ପ୍ରାଣୀ ଉଦ୍ୟାନର ୪ଟି ମାଈ ଓ ୪ଟି ଅଣ୍ଡିରା ସିଂହଙ୍କ ଜ୍ବର ସହିତ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଇଥିଲା। ଏପ୍ରିଲ ୧୯ରେ ଏହିସବୁ ସିଂହଙ୍କର ସ୍ବାବ ନମୁନା ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍ବି)କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ବାବ ନମୁନାର ଆରଟି-ପିସିଆର ପରୀକ୍ଷା ପରେ ଏହା ସଂକ୍ରମିତ ଥିବା ଜଣାପଡିଛି। ସିଂହଗୁଡିକ ଏବେ ସୁସ୍ଥ ହେଉଛନ୍ତି। ସିସିଏମ୍ବି ନିର୍ଦେଶକ ଡାକ୍ତର ରାକେଶ ମିଶ୍ର କହିଛନ୍ତି ଯେ ସଂକ୍ରମିତ ପ୍ରାଣୀଙ୍କ ମୁହଁରୁ ନମୁନା ସଂଗ୍ରହ ପାଇଁ କୁହାଯାଇଛି। ସିଂହଙ୍କ ତତ୍ତ୍ବାବଧାନରେ ଥିବା ବ୍ୟକ୍ତିଙ୍କ ଠାରୁ ସେମାନେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି।
More Stories
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କୁମ୍ଭ ମେଳାର ଭକ୍ତ ଙ୍କୁ ନେଇ ରାଜନୀତି…..
ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଉପହାର….