ରିପୋର୍ଟକାର୍ଡ / ଭୁବନେଶ୍ବର
ମେ ୭ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ। ଭାରତର ଆକ୍ରମଣରେ ପ୍ରଥମେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଆଝାରର ଭାଇଁ ରୌଫ ଆଝାର ନିହତ ହୋଇଥିଲା। ଏହା ସହିତ ମାସୁଦର ୧୦ ପରିବାର ସଦସ୍ୟ ପ୍ରାଣ ହରାଇଥିଲେ। ତେବେ ମେ ୭ ଆକ୍ରମଣରେ ଆହୁରି କିଛି ବଡ଼ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ମାସୁଦ ଆଝାରର ୨ ଭିଣୋଇ ମଧ୍ୟ ରହିଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କୀ ମୁଦାସର ଖାଦିଆନ ଖାସ ଓରଫ ଆବ୍ବୁ ଜୁନ୍ଦାଲ ରହିଛି। ସରକାରୀ ସ୍କୁଲରେ ତା’ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଦାସର ମୁରିଦକେରେ ମର୍କଜ ତଏବାରେ ସକ୍ରିୟ ଥିଲା। ସେହିପରି ମାସୁଦର ୨ ଭିଣୋଇ ତଥା ଜୈଶ ସଂଗଠନର ଆତଙ୍କବାଦୀ ମହମ୍ମଦ ୟୁସୁଫ ଆଝାର ଏବଂ ହାଫିଜ ମହମ୍ମଦ ଜମିଲ ନିହତ ହୋଇଛନ୍ତି। ୟୁସୁଫ କାନ୍ଦାହାର ବିମାନ ଅପହରଣରେ ସାମିଲ ଥିଲା। ସେହିପରି ଲଶ୍କର ଆତଭ୍କୀ ଖଲିଦ ଓରଫ ଅବ୍ବୁ ଆକାଶ ଏବଂ ଜୈଶର ଆଉ ଜଣେ ଆତଙ୍କୀ ମହମ୍ମଦ ହାସନ ଖାନ ରହିଛନ୍ତି। ଏମାନଙ୍କ ଶେଷକୃତ୍ୟରେ ପାକ୍ ସେନା ଏବଂ ସ୍ଥାନୀୟ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ। ସାମରିକ ସମ୍ମାନର ସହିତ ସମସ୍ତଙ୍କର ଶେଷକୃତ ହୋଇଛି। ପାକ୍ ସେନା ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
More Stories
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ….
ପୁଣି ଫେରୁଛି କରୋନାର ନୂଆ ଲହର !….
ଚୀନ୍ରେ ଭୂମିକମ୍ପ ଅନୁଭୂତ…..