ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ତୃତୀୟ ଲହରୀ ନେଇ ଆତଙ୍କ । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ସମୟ ପୂର୍ବରୁ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଦେଶରେ ଅନଲକ୍ ଆରମ୍ଭ ହୋଇସାରିଥିବା ବେଳେ ତୃତୀୟ ଲହରୀ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ଉପରେ ନିର୍ଭର କରେ । ପ୍ରଥମ ଓ ଦ୍ୱିତୀୟ ଲହରୀରୁ ଅନେକ କିଛି ଶିଖିବାକୁ ମିଳୁଛି । ଜନସାଧାରଣ ସଚେତନ ହେଲେ ସଂକ୍ରମଣର ଭୟାବହତାକୁ ଏଡ଼ାଇ ହେବ । କିନ୍ତୁ ଅନଲକ୍ ପରେ ବି ଅନେକ ସ୍ଥାନରେ ଭିଡ଼ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ କରୋନାର ତୃତୀୟ ଲହରୀ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ହୋଇପାରେ … କିମ୍ବା ହୁଏତ ଟିକିଏ ଅଧିକ ସମୟ ନେଇପାରେ ବୋଲି କହୁଛନ୍ତି ଏମ୍ସ ନିର୍ଦ୍ଦେଶକ ।
More Stories
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ରାମ ମନ୍ଦିର…..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..