Report Card Odisha

| Daily Odia News

ତେଲେଙ୍ଗାନା ରୁ ହଟିଲା ଲକଡାଉନ…..

ରିପୋର୍ଟ କାର୍ଡ / ହାଇଦ୍ରାବାଦ

ରାଜ୍ୟରେ ଲକଡାଉନ ହଟାଇଛନ୍ତି ତେଲେଙ୍ଗାନା ସରକାର | କରୋନା ଦ୍ଵିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣାକୁ ଉଠାଇଦେଇଛନ୍ତି | ଲକଡାଉନ ସମୟରେ ଲାଗୁ ହୋଇଥିବା ସମସ୍ତ ପ୍ରକାର ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସରକାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଛି, ପଜିଟିଭିଟି ହାର ହ୍ରାସ ପାଇଛି ଏବଂ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟକୁ ଯାଞ୍ଚ କରି ଲକଡାଉନ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫେସବୁକରେ ପୋଷ୍ଟ କରିଛି। ଆଜି ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆସନ୍ତାକାଲି ସକାଳ ୬ଟାରୁ ଆରମ୍ଭ ହେବାକୁଥିବା ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଲକଡାଉନ ହଟିବା ସହ ରାଜ୍ୟରେ ନାଇଟ କର୍ଫ୍ୟୁ ମଧ୍ୟ ରହିବ ନାହିଁ ବୋଲି ଜଣାପଡିଛି |

Breaking News