Report Card Odisha

| Daily Odia News

ଯବାନ ଓ ପୋଲିସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଘୋଷଣା କଲେ ଦିଲ୍ଲୀ ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ୬ ଯବାନ, ପୋଲିସ ଓ ସିଭିଲ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏନେଇ ଶନିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି। ଏହି ଘୋଷଣା ମୁତାବକ ଯେଉଁ ୬ ଟି ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯିବ ସେମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ଏୟାର ଫୋର୍ସ କର୍ମଚାରୀ, ୨ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ ଓ ଜଣେ ସିଭିଲ ଡିଫେନ୍ସ କର୍ମଚାରୀଙ୍କ ପରିବାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏଭଳି ଏକ ଯୋଜନାର ଘୋଷଣା କରିଥିଲେ । ଉଲ୍ଲେଖ ଯୋଗ୍ୟକି – କେଜ୍ରିୱାଲ ଯେତେବେଳେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ଦିଲ୍ଲୀର ଜଣେ ମଦ ବ୍ୟବସାୟୀ ଜଣେ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ମୃତ ପୋଲିସ କର୍ମଚାରୀଙ୍କୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିଲେ । ଏବେ ଏହି ଯୋଜନା ସିଆରପିଏଫ୍, ଦିଲ୍ଲୀ ପୋଲିସ, ଆର୍ମି କର୍ମଚାରୀଙ୍କ କ୍ଷେତ୍ରରେ ବି ଲାଗୁ କରାଯାଇଛି । ଏହି ଯୋଜନା ମୁତାବକ ଡ୍ୟୁଟିରେ ଥାଇ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଏହା ସହ କରୋନା କାଳରେ ଏହି ଯୋଜନାକୁ ବିସ୍ତାର କରି କେଜ୍ରିୱାଲ କହିଥିଲେ କି ଯେ କୌଣସି କର୍ମଚାରୀ କରୋନା ଡ୍ୟୁଟିରେ ଥାଇ ପ୍ରାଣ ହରାଇବେ ସେମାନଙ୍କ ପରିବାରକୁ ଦିଲ୍ଲୀ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ।

Breaking News