ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ୨୦୨୨ ସୁଦ୍ଧା ୩୬ଟି ଯାକ ରାଫେଲ୍ ଲଢୁଆ ବିମାନ ସାମିଲ କରାଯିବ | ଏନେଇ ଆଜି ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ ହାଇଦ୍ରାବାଦ ଅନ୍ତର୍ଗତ ଦୁନ୍ଦିଗଲସ୍ଥିତ ‘ଏୟାର୍ ଫୋର୍ସ ଏକାଡେମି’ରେ ଅନୁଷ୍ଠିତ ମିଳିତ ସ୍ନାତକତ୍ତୋର ପରେଡ୍ ସମୀକ୍ଷା କରିବା ଅବସରରେ ଗଣମାଧ୍ୟମକୁ କହିଛନ୍ତି । ଫ୍ରାନ୍ସ୍ରୁ ୩୬ଟିଯାକ ରାଫେଲ୍ ଲଢୁଆ ବିମାନ ପାଇବାର ସମୟ ଅବଧି ସଂକ୍ରାନ୍ତରେ ପଚାରିଥିବା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି | କହିଛନ୍ତିକି ରାଫେଲ୍ ସାମିଲ ଯୋଜନା ପ୍ରତି ଦୃଷ୍ଟି ଦେଇ ଭାରତୀୟ ବାୟୁସେନା ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ୨୦୨୨କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ଚାଲିଛି। ପୂର୍ବରୁ ମୁଁ କହିଛି, କୋଭିଡ୍ବିଜଡ଼ିତ ସମସ୍ୟା କାରଣରୁ ଗୋଟିଏ ଦୁଇଟି ଲଢୁଆ ବିମାନ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। କିନ୍ତୁ, ପ୍ରକୃତରେ ଦେଖିବାକୁ ଗଲେ କେତୋଟି ଲଢୁଆ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଛି। ତେଣୁ, ମୋଟ୍ଉପରେ କହିଲେ, ରାଫେଲ୍ ସାମିଲ ଯୋଜନା ଲକ୍ଷ୍ୟରେ ଆମେ ସୁନିଶ୍ଚିତ ଭାବେ ଅଗ୍ରସର ହେଉଛୁ। ରାଫେଲ୍ ଲଢୁଆ ବିମାନର ଆଭିଯାନିକ ପ୍ରସ୍ତୁତି ଯୋଜନା ସଂକ୍ରାନ୍ତରେ ସେ କହିଲେ ଯେ, ଆମେ ସେଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ଚଳାଇବାକୁ ସମ୍ପୂର୍ଣ୍ଣ ସମର୍ଥ। ସମୟାନୁଯାୟୀ ଆମେ ସବୁଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ପ୍ରୟୋଗ କରିବୁ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..