Report Card Odisha

| Daily Odia News

ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର….

ରିପୋର୍ଟ କାର୍ଡ / ଗୋସାଣି

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ଶିବାଲ୍ ଡିଲେଶ୍ୱରୀ ଓ ଟାଲୁରୁ ଶ୍ରୀନୁ ଆରିବା ଗାଁର ଏକ ବନ୍ଦ ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଦେହ ମିଳିଛି। ୨ ଜଣଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଶିବାଲଙ୍କ ପରିବାର ଲୋକେ ଅନ୍ୟ ପୁଅ ସହ ତାଙ୍କର ବିବାହ କରିବା ପାଇଁ ଯୋଜନା କରିଥିଲେ। ଏହାପରେ ଉଭୟ ଶିବାଲ୍ ଓ ଟାଲୁରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Breaking News