Report Card Odisha

| Daily Odia News

ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କ ନାଁରେ ଚାଲିବ ମାମଲା

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ୨ଭଉଣୀଙ୍କ ବିରୋଧରେ ହୋଇଥିବା ମାମଲାରେ ଆଜି ମୁମ୍ବାଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ନାଁରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା କରିଥିଲା । ଏହା ବିରୋଧରେ ସେମାନେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁମ୍ବାଇ ହାଇକୋର୍ଟ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଥିବା ବେଳେ ମିତୁ ସିଂହଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିଦେଇଛନ୍ତି । ରିୟା ତାଙ୍କ ଅଭିଯୋଗରେ କହିଥିଲେ ଯେ ପ୍ରିୟଙ୍କା ଓ ମିତୁ ସିଂହ ସୁଶାନ୍ତୁଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଭୁଲ ଔଷଧ ଦେଉଥିଲେ । ଏହି କାରଣରୁ ତାଙ୍କ ରୋଗ ଅଧିକ ବଢ଼ିଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ଆଜି ମୁମ୍ବାଇ ହାଇକୋର୍ଟ ପ୍ରିୟଙ୍କାଙ୍କ ବିରୋଧରେ ମାମଲା କାଏମ ରଖିଥିବାରୁ ସେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ମଧ୍ୟ କହିଛନ୍ତି । କୋର୍ଟ କହିଛନ୍ତି ହ୍ୱାଟସଆପରେ ପ୍ରିୟଙ୍କା ସିଂହ ଦିବଂଗତ ସୁଶାନ୍ତଙ୍କ ପାଖକୁ ଯେଉଁ ମିଥ୍ୟା ପ୍ରେସକ୍ରିପସନ ପଠାଇଥିଲେ ତାର ତଦନ୍ତ ସିବିଆଇ ଜାରି ରଖିବ । ପ୍ରାଥମିକ ତଦନ୍ତରୁ ପ୍ରିୟଙ୍କାଙ୍କ ବିରୋଧରେ ପ୍ରମାଣ ମିଳିଛି । ତେଣୁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ରୋକାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Breaking News